logo

*ଶ୍ରୀଅରବିନ୍ଦ ଯୁବଛାତ୍ର ପ୍ରଶିକ୍ଷଣ ଶିବିର*

କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡି ସନ୍ନିକଟ ଭେଜାପୁଟ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଗତ ୩ ତାରିଖରୁ ତିନି ଦିନ ଧରି ଯୁବଛାତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଳାର ବିଭିନ୍ନ ଶିକ୍ଷା କେନ୍ଦ୍ର ରୁ ପ୍ରାୟ ୨୦୦ ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥଲେ । ଯୁବା ସମୟରେ ଜଣେ ଛାତ୍ର ଦିନଚର୍ଯ୍ୟା କିପରି ରହିବା ଆବଶ୍ୟକ , ସେ ସମ୍ପର୍କରେ ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜିର ଛାତ୍ର ଆଗାମୀ କାଲିର ଭବିଷ୍ୟତ । ତେବେ ଜଣେ ଛାତ୍ର ନିଜର ସଠିକ୍ ଦିନଚର୍ଯ୍ୟା ପାଳନ ନକଲେ ସେ ଜଣେ ସୁନାଗରିକ ହୋଇପାରିବ ନାହିଁ ।
ଏହି ଶିବିରରେ ସକାଳୁ ଉଠି ନିତ୍ୟକର୍ମ ଉପରାନ୍ତେ ଶାରୀରିକ ବ୍ୟାୟାମ, ପାହାଡ଼ ଚଢ଼ିବା, ବଗିଚା କାର୍ଯ୍ୟ , ଆଧ୍ୟାତ୍ମିକ ଆଲୋଚନା, ଖେଳକୁଦ ପ୍ରତିଯୋଗୀତା ଆଦି ସାମିଲ୍ ହୋଇଥିଲା । ପ୍ରଶାନ୍ତ କୁମାର ସ୍ବାଇଁ , ପ୍ରଭାତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅପା, ଭାଇ ଙ୍କ ସମେତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥଲା । ୩ ତାରିଖରେ ମାତୃ ପତାକା ଉତ୍ତୋଳନ ସହ ଆରମ୍ଭ ହୋଇଥିବା ଉକ୍ତ ଶିବିର ୫ ତାରିଖ ସନ୍ଧ୍ୟାରେ ମାତୃ ପତାକା ଅବତରଣ ସହିତ ସମାରୋପ ହୋଇଥଲା । ତିନି ଦିନ ଧରି ଆମେ ଅନେକ କିଛି ଶିକ୍ଷା ଲାଭ କରିପାରିଛୁ ଓ ଏହାକୁ ଆମେ ଆମର ଦିନଚର୍ଯ୍ୟାରେ କାର୍ଯ୍ୟକାରୀ କରିବୁ ବୋଲି ଆନନ୍ଦ ଉଲ୍ଲାସର ସହ ନିଜ ଘରକୁ ଫେରୁଥିବା ବେଳେ ସିବିରାର୍ଥି ମାନେ କହିଥିଲେ ।

3
600 views